ଆଜି ବିଶ୍ଵ ମଧୁମେହ ଦିବସ

ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା । ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି । ୧୯୨୨ରେ ଇନସୁଲିନର ଆବିଷ୍କାର କରିଥିବା ସାର୍ ଫ୍ରେଡରିକ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ହିଁ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ବିଶ୍ବର ୧୭୦ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଛି । କାନାଡାର ମହାବିଜ୍ଞାନୀ ଫ୍ରେଡରିକଙ୍କୁ ମେଡିସିନ ଲାଗି ୧୯୨୩ରେ ମିଳିଥିଲା ନୋବେଲ ସମ୍ମାନ ।କିନ୍ତୁ ​​​​​​​ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ଯୋଗୁଁ ଅନେକ ରୋଗ ଦେଖାଦେଉଛି । ମଧୁମେହ ଏକ ଜୀବନଶୈଳୀ ପରିବର୍ତ୍ତ ଜନିତ ରୋଗ ଯାହା ଦେଶ ଏବଂ ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ସେତେବେଳେ ଘଟେ ଯେତେବେଳେ ଶରୀରରେ ଇନସୁଲିନ୍ କମ୍ ହୋଇଯାଏ । ଏହା ଯୋଗୁଁ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବାକୁ ଲାଗେ। ଯେତେବେଳେ ରକ୍ତ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଏହା ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଏ। ତେଣୁ ରକ୍ତ ଶର୍କରା ସ୍ତରକୁ ପ୍ରଭାବଶାଳୀ ଭାବରେ ବଜାୟ ରଖିବା ପାଇଁ ଆପଣଙ୍କୁ ଆପଣଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାକୁ ପଡିବ।

ଅଧିକ ପଢନ୍ତୁ

Odisha Darpan Digital