ଧଉଳି ଗଣନାଟ୍ୟ ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର, ମେଡିକାଲରେ ଭର୍ତ୍ତି

ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର । ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଅଭିନେତା ରୁଦ୍ରନାରାୟଣ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ । ଅଭିନେତା ରୁଦ୍ର ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୀରହାଟ ନିକଟରେ ତାଙ୍କର ଯାତ୍ରା ପାର୍ଟି ପଡିଛି ।ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର ଅଭିନେତା ରୁଦ୍ର ନାରାୟଣଙ୍କର ଭୟଙ୍କର ଦୁର୍ଘଟଣା ଘଟିଛି । ପିରହାଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ରୁଦ୍ର ନାରାୟଣ ଗୁରୁତର ହୋଇଛନ୍ତି । ଭଦ୍ରକ ନାଳଙ୍ଗ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣା ରୁଦ୍ର ଗୁରୁତର ହୋଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯାତ୍ରା ଅଭିନେତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହାତ, ବେକ ଓ ଅନ୍ୟ ସ୍ଥାନରେ ଆଘାତ ଲାଗିଛି । ଧକ୍କା ମାରିଥିବା ଟ୍ରକ ଓ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ ।

ଅଧିକ ପଢନ୍ତୁ