ଇସ୍ରାଏଲ-ଲେବାନନରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ କରିବା ଦିଗରେ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଲେବାନନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଭାରତୀୟ ସମୟ ଅନୁସାରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରି ୨ଟା ୩୦ ମିନିଟରେ ଏହି ଯୁଦ୍ଧବିରତି ଲାଗୁ ହୋଇଥିଲା। ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଲେବାନନ୍‌ର ରାଷ୍ଟ୍ରପତି ଯୋଶେଫ ଆଉନ୍‌ଙ୍କ ସହିତ କଥା ହୋଇ ଯୁଦ୍ଧବିରତି ଘୋଷଣା କରିଥିଲେ।

ତେବେ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ ଗାଁ ଉପରେ ଆକ୍ରମଣ ହୋଇଥିବା ଲେବାନନ୍‌ ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଲେବାନିଜ୍ ସେନା ଶୁକ୍ରବାର ପ୍ରତ୍ୟୁଷରେ କହିଛି ଯେ, ଇସ୍ରାଏଲ ଦ୍ୱାରା ଯୁଦ୍ଧବିରତି ଉଲ୍ଲଂଘନ ହେବାର ଅନେକ ପ୍ରମାଣ ରେକର୍ଡ କରାଯାଇଛି। ଦକ୍ଷିଣ ଲେବାନନର ଅନେକ ଗାଁକୁ ଟାର୍ଗେଟ କରି ଇସ୍ରାଏଲ ପକ୍ଷରୁ ବିକ୍ଷିପ୍ତ ଗୁଳିବର୍ଷଣ କରାଯାଇଛି।

ଅଧିକ ପଢନ୍ତୁ