ନୂଆପଡାରେ ବିଜେପି ବିଜୟରେ ଜନମତକୁ ଏପଟସେପଟ କରାଯାଇଛି : ବିଜେଡି

ନୂଆପଡାରେ ବହୁମତରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଯାହାକୁ ନେଇ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସେପଟେ ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,”ସରକାରୀ କଳ ଏବଂ ବଳ ଦ୍ୱାରା ବିଜେପି ନିର୍ବାଚନ ବିଜୟ ହାସଲ କରିଛି । ଅନେକ ସମସ୍ୟା ନେଇ ନୂଆପଡାବାସୀ ମୁହଁ ଖୋଲୁଥିଲେ । ହେଲେ 9 ତାରିଖ ସକାଳ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ଥିବା ଜନାଦେଶ ପରିବର୍ତ୍ତନ ସମସ୍ତଙ୍କୁ ବ୍ୟଥିତ କରିଛି । ବିଜେଡି ଅନେକ ଉପନିର୍ବାଚନକୁ ସାମ୍ନା କରିଛି । ବିଜେଡି ଅନେକ ଉପନିର୍ବାଚନ ଜିତିଛି ଓ ହାରିଛି । ହେଲେ ନୂଆପଡା ନିର୍ବାଚନ ଫଳାଫଳ କିଛି ଅଲଗା ଆବାସ ଦେଉଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ।”ଓଡିଶାର ବିଜେପି ସରକାର, ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ କଳ ଓ ବଳ ଲାଗିଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ । ଛତିଶଗଡ଼କୁ ଲାଗି ରହିଥିବା ନୂଆପଡାର ଅଞ୍ଚଳରେ ପୂର୍ବରୁ ମଧ୍ୟ ପଛରେ ରହୁଥିଲା ।”ଦେବୀ ପ୍ରସାଦ ମିଶ୍ର କହିଛନ୍ତି,” ଉପନିର୍ବାଚନରେ 83 ପ୍ରତିଶତରୁ ଅଧିକ ଭୋଟିଂ ହେବା ସନ୍ଦେହ ସୃଷ୍ଟି କରୁଛି । 41 ବୁଥରେ ହାରାହାରି 91ରୁ 94 ପ୍ରତିଶତ ଭୋଟିଂ ହୋଇଛି । ଉପନିର୍ବାଚନରେ ଏତେ ସଂଖ୍ୟକ ଭୋଟ ପଡ଼ିବା ନଜିର ନାହିଁ । ଭୋଟିଂ ବୁଥକୁ ସିଜ କରିବା ଅଭିଯୋଗ ମଧ୍ୟ ଆସିଛି । ଦାଦନ ଭାବରେ କାମ କରୁଥିବା ଲୋକଙ୍କ ନାଁ’ରେ ଭୋଟ ଦିଆଯାଇଥିବା ସନ୍ଦେହ ହେଉଛି । ନହେଲେ ଏତେ ପରିମାଣର ଭୋଟିଂ ହୋଇନଥାନ୍ତା । ଏହାକୁ ତଦନ୍ତ କଲେ ଜଣାପଡିବ ।

ଅଧିକ ପଢନ୍ତୁ

Odisha Darpan Digital