ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବୃହତ୍‌ ବିଜୟ ହୋଇଛି। ଏଠାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡ଼ାଇ ଆଣିଛି। ବିଜେପିର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ସରକାରଙ୍କ ନୀତି , ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି । ବିରୋଧୀଙ୍କୁ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱକୁ ସମର୍ଥନ କରି ଲୋକେ ବିଜେପିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଆଜି ଆମ ଦେଶରେ ମୋଦୀଜୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି। ନୂଆପଡ଼ାବାସୀଙ୍କ ସମର୍ଥନ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି। ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ ଆମେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବା।

ଅଧିକ ପଢନ୍ତୁ

Odisha Darpan Digital