ଫିଲ୍ମ ଫାଇଟର ଟିଜର ରିଲିଜ

ବଲିଉଡ଼ ଅଭିନେତା ହ୍ରିତିକ ରୋଶନ ତାଙ୍କ ଏରିଅଲ ଆକ୍ସନ୍ ଚଳଚ୍ଚିତ୍ର ‘ଫାଇଟର୍’ ସହ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ।ଟ୍ରେଲର ଆପଣଙ୍କ ଭିତରେ ଦେଶପ୍ରେମକୁ ଜାଗ୍ରତ କରିବ ।ଏହାକୁ ହ୍ରିତିକ ରୋଶନ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଫାଇଟରର ଟ୍ରେଲରକୁ ସେୟାର କରିଛନ୍ତି। ଟ୍ରେଲର ସେୟାର କରିବାବେଳେ ସେ ଲେଖିଛନ୍ତି – ଦିଲ୍‌ ଆଶମାନକେ ନାମ୍‌ ଏବଂ ଜାନ୍‌ ଦେଶକେ ନାମ୍‌ । ଜୟ ହିନ୍ଦ। ଫିଲ୍ମର ଗୀତ ଓ ଟିଜର୍‌ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି କରିଥିଲା। ଆଉ ଏବେ ଏହି ଉତ୍ସାହକୁ ଦୁଇଗୁଣିତ କରିବା ପାଇଁ ‘ଫାଇଟର୍’ର ଦମ୍‌ଦାର ଟ୍ରେଲର ରିଲିଜ୍‌ ହୋଇଛି।

ଟ୍ରେଲରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ, ଅନିଲ କପୁର ଏବଂ କରଣ ସିଂହ ଗ୍ରୋଭର ବାୟୁସେନା ଅଧିକାରୀ ସାଜି ଦେଶପ୍ରେମର ଭାବନାରେ ବୁଡି ରହିଥିବା ନଜର ଆସିଛନ୍ତି।ଏହା ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ଏରିଆଲ୍ ଆକ୍ସନ୍ କରାଯାଉଛି । ‘ଫାଇଟର୍’ର ଭିଜୁଆଲ୍ ଦର୍ଶାଉଛି ଯେ ସିଦ୍ଧାର୍ଥ ପୁଣିଥରେ ତାଙ୍କ ଚଳଚ୍ଚିତ୍ରରେ ଏକ ନୂତନ ସ୍ତରକୁ ନେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital