ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ

ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ |ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ OBCCକୁ ଟେଣ୍ଡର ଦିଆଯାଇଛି । ସେଥିପାଇଁ ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏମିତି ଦୁଇ ବର୍ଷ ଭିତରେ ୧୦୦ଟି ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital