ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ । ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ । ସୂଚନାମୁତାବକ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଥିଲେ IIT ଭୁବନେଶ୍ବରର ବୈଷୟିକ ଟିମ୍ ।। ୮ ଜଣିଆ ଟିମ୍ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଥିଲେ । ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ ଟିମ୍। ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ ।
ପ୍ରଥମ ଥର ପାଇଁ ଗ୍ୟାଲେରୀ ଗୁଡ଼ିକରେ ପାଥ ୱେ ବା କରିଡ଼ର ବ୍ୟବସ୍ଥା କରୁଛି ଓସିଏ । ଯାହା ଫଳରେ ଦର୍ଶକମାନେ ସୁବିଧାରେ ପଶିବେ ଏବଂ ବାହାରି ପାରିବେ ।
