ଏଥର ଅନଲାଇନରେ ଯୁକ୍ତ ଦୁଇର ସମସ୍ତ ଖାତା ଦେଖା

ଚଳିତ ଥର ଯୁକ୍ତ ଦୁଇର ସମସ୍ତ ବିଭାଗର ଖାତା ଅନଲାଇନ ମୂଲ୍ୟାୟନ ହେବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କେବଳ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା । ସେପଟେ ଆଉ ଗୋଟିଏ ଦିନ ବଢିପାରେ ଯୁକ୍ତ ଦୁଇ ଫର୍ମ ଫିଲଅପ ଅବଧି । କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି ନ ଥିବା ଖବର ଆସିଛି। ଆଉ ଥରେ ଫର୍ମ ଫିଲ ଅପ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ଏଥିପାଇଁ ଇ-ମେଲ ଜରିଆରେ ଆବେଦନ କରିବାକୁ କୁହାଯାଇଛି। ଆବେଦନ ଆସିବା ପରେ ଫର୍ମ ଫିଲ ଅପ ପାଇଁ ଦିନେ ସମୟ ମିଳିବ। ଆହୁରି ଦୁଇ ଦିନ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏ ଯାଏଁ ସମୁଦାୟ ୩ ଲକ୍ଷ ୯୮ ହଜାର ୫୮୨ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ କରିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର ହେଉଛନ୍ତି ୩ ଲକ୍ଷ ୭୩ ହଜାର ୯୧୦ ଜଣ ଓ ୨୪ ହଜାର ୬୭୨ ଜଣ ଏକ୍ସ-ରେଗୁଲାର। ଚଳିତ ବର୍ଷରୁ କଳା ଓ ଧନ୍ଦାମୂଳକ ଖାତା ବି ଅନଲାଇନରେ ମୂଲ୍ୟାୟନ ହୋଇପାରେ। ଯୁକ୍ତ ଦୁଇ ପରୀକ୍ଷା ପାଇଁ ଡିସେମ୍ବର ୧୫ରେ ମିଳିବ ଆଡମିଟ କାର୍ଡ ।

ଅଧିକ ପଢନ୍ତୁ