ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ।ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି।ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ ମନା କରାଯାଇଛି। ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍କୋ ଛକ ପର୍ଯ୍ୟନ୍ତ ମନା କରାଯାଇଛି। ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର। ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚ୍ଡି ଅଫିସ୍ ପର୍ଯ୍ୟନ୍ତ ମନା କରାଯାଇଛି। ଗୋପବନ୍ଧୁ ଛକ ଠାରୁ କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ। ସିଆର୍ପି ଠାରୁ ୟୁନିଟ୍-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜପର୍ଯ୍ୟନ୍ତ ମନା କରାଯାଇଛି। ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା କରାଯାଇଛି। ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା କରାଯାଇଛି।
