ଇମ୍ଫାର ୬୪ତମ ବାର୍ଷିକୋତ୍ସବ ପାଳିତ

ଥେରୁବାଲି – ୨୬ ନଭେମ୍ବର ୨୦୨୫ ଆଜି ୨୬ ନଭେମ୍ବର ୨୦୨୫ ରେ , ପ୍ରଗତି ଓ ସଫଳତାର ଆଉ ଏକ ବର୍ଷ ପାର କରି, ଇମ୍ଫା , ଏହାର ୬୪ ତମ ପ୍ରତିଷ୍ଠା ଦିବସ ଓ ଇମ୍ଫାର ପ୍ରତିଷ୍ଠାତା ସ୍ଵର୍ଗତ ଡକ୍ଟର ବଂଶୀଧର ପଣ୍ଡାଙ୍କର ୯୪ ତମ ମହାସମାରୋହରେ ପାଳିତ ହୋଇଯାଇଛି , ଯାହାକି ଇମ୍ଫା ପରିବାର ଓ ଥେରୁବାଲି ବାସୀଙ୍କର ହୃଦୟକୁ ଛୁଇଁ ପାରିଥିଲା । ଆଜି ଦିନ ୧୦.୩୦ ଘଣ୍ଟ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇମ୍ଫାର ପାରି ପାର୍ଶ୍ଵିକ ୭ ଗୋଟି ପଞ୍ଚାୟତ ଥେରୁବାଲି ଅଞ୍ଚଳର ୫୦୦ ରୁ ଉର୍ଦ୍ଧ ବୃଦ୍ଧ / ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିବା ସହିତ, ୩ ଜଣ ଦିବ୍ୟାଙ୍ଗ ସ୍ଵବଲମ୍ବୀ କ୍ଷୁଦ୍ର ବ୍ୟବସାୟୀ ରେବତୀଗୁଡା ଗ୍ରାମର ଶ୍ରୀମାନ ଋକଧର ବିଡିକା ,ଅନୁଗୁଡା ର ଶ୍ରୀମାନ ଜଗନ୍ନାଥ କରକରିଆ , ଖେଦାପଡ଼ା ଶ୍ରୀମତି ସଂଯୁକ୍ତା ସିଂହ ଟ୧୦୦୦୦ ଙ୍କା ଲେଖାଏଁ ଆର୍ଥିକ ସହାୟତା ଓ ଜନ୍ମରୁ ବାମ ଗୋଡ ବିକଳାଙ୍ଗଥିବା ଦରଜି ଶ୍ରୀମାନ ଜି. ସନ୍ତୋଷ ଚନ୍ଦ୍ରଶେଖର ପ୍ରଧାନୀଙ୍କୁ ଏକ ବ୍ୟାଟରୀ ଚାଲିତ ତିନି ଚକିଆ ସାଇକଲ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ -ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ବିଚିତ୍ରାନନ୍ଦ ମହାପାତ୍ର ,ମୁଖ୍ୟ ଅତିଥିଭାବେ ,ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଇମ୍ଫା ଥେରୁବାଲି ର ପରିଚାଳନା ମୁକ୍ଷୟ ଶ୍ରୀମାନ ଏମ୍. ଶ୍ରୀନିଭାସ୍ ଉପସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ, ସ୍ଥାନୀୟ ଗ୍ରାମ ଏହି ସଭାରେ ସଭାପତିତ୍ଵ କରିଥିବାବେଳେ ଶ୍ରୀମାନ କ୍ଷିତିଶ ଚନ୍ଦ୍ର ମହାପାତ୍ର , ଉପମୁଖ୍ୟ ପରିଚାଳକ (ମାନବସମ୍ବଲ ଓ ପ୍ରଶାଶନ ) କାର୍ଯ୍ୟକ୍ରମକୁ ପରିଚାଳନନା କରିଥିବାବେଳେ ଲୋକ ସମ୍ପର୍କ ବିଭାଗର ସହକାରୀ ପରିଚାଳକ ଶ୍ରୀମାନ ଦୀପକ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ପଞ୍ଚାୟତ ର ସରପଞ୍ଚ ବୃନ୍ଦ , ପଂଚାୟତ ସମିତି ଉପାଧକ୍ଷ୍ୟ , ସମିତି ସଭ୍ୟ , ସଭ୍ୟା , ଓ ସ୍ଥାନୀୟ ନିମନ୍ତ୍ରିତ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତିମାନେ । ଲୋକ ସମ୍ପର୍କ ବିଭାଗ , କାର୍ମିକ ଓ ସାଧାରଣ ପ୍ରଶାସନିକ ବିଭାଗ,ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି , ପଂଚାୟତରାଜ ପ୍ରତିନିଧି ମାନେ ଇମ୍ଫାର ଏହି ବଦାନ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।ସନ୍ଧ୍ୟା ଘ ୪. ୩୦ମି ସମୟରେ ଇମ୍ଫା କାରଖାନା ପରିସର ମଧ୍ୟରେ ୬୪ ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳନ ହୋଇଥିଲା । ଏହି ସମାରୋହରେ ଦୀର୍ଘ କାଳୀନ ସେବା ପ୍ରଦାନ କରିଥିବା ୩୦ ଜଣ ଶ୍ରମିକ ଓ କର୍ମଚାରୀମାନଙ୍କୁ ଉପହାର ଓ ମାନପତ୍ର ଦେଇ ସମ୍ମାନିତ କରାଯିବା ସହ , ଆମ ଅଞ୍ଚଳ ବିଦ୍ୟାଲୟ ମାନଙ୍କରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚନମ୍ବର ରଖି କୃତିତ୍ଵ ଅର୍ଜନ କରିଥିବା ୬ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା । ଇମ୍ଫାର ୬୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନ୍ତଃବିଭାଗୀୟ କୁଞ୍ଜବିହାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ବିଜେତା ପ୍ରଥମ ସ୍ଥାନ ଓ ଦ୍ଵିତୀୟ ସ୍ଥାନ ପାଇଥିବା ଦୁଇ ଦଳକୁ ପୁରସ୍କୃତ କରାଯାଇଥିଲା । କାରଖାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇମ୍ଫା ଶିଳ୍ପ ଗୋଷ୍ଠୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ -ତଥା-ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମାନ ବିଚିତ୍ରାନନ୍ଦ ମହାପାତ୍ର ,ମୁଖ୍ୟ ଅତିଥିଭାବେ ,ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀମାନ କ୍ଷିତିଶ ଚନ୍ଦ୍ର ମହାପାତ୍ର , ଉପମୁଖ୍ୟ ପରିଚାଳକ (ମାନବସମ୍ବଲ ଓ ପ୍ରଶାଶନ ) କାର୍ଯ୍ୟକ୍ରମକୁ ପରିଚାଳନନା କରିବା ସହ ସ୍ଵାଗତ ଅଭିଭାଷଣ ଓ ଧାନ୍ୟବାଦାର୍ପଣ କରିଥିଲେ । ଇମ୍ଫାର ଶ୍ରମିକ , କର୍ମଚାରୀ , ବିଭିର୍ଣ୍ଣ ବିଭାଗର ଅଧିକାରୀ ଓ ସେମାନଙ୍କର ପରିବାର ବର୍ଗ ଉପସ୍ଥିତ ରହି ପୁରସ୍କୃତ ହୋଇଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ମିକ, ଲୋକ ସମ୍ପର୍କ ଓ ସାଧାରଣ ପ୍ରଶାସନ ବିଭାଗର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ଜଳଯୋଗରେ ଆପ୍ୟାୟିତ କରାଯାଇଥିଲା । ରାୟଗଡ ରୁ ଆସିଥିବା ସ୍ଵର ସାଗର ସାଂସ୍କୃତିକ ଦଳ ତରଫରୁ ଅତି ସୁନ୍ଦର ଭାବେ ଚିତ୍ତାକର୍ଷକ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଦିନଟି ଇମ୍ଫାର ପ୍ରତିଟି ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକ ଉତ୍ସାହ , ଉଦ୍ଦୀପନା ଓ ନୂତନ ଗର୍ବର ଅନୁଭବ ପ୍ରଦାନ କରିଥିଲା।

ଅଧିକ ପଢନ୍ତୁ