ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଆଇନ୍ ମହାବିଦ୍ୟାଳୟର (Capital Law College, Bhubaneswar) ୩ ବର୍ଷୀୟ LLB (୨୦୨୫ ବ୍ୟାଚ୍) ୨ୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁରୀ ଜିଲ୍ଲା ମେରାଇନ ଡ୍ରାଇଭ ଅଞ୍ଚଳର ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିର ନିକଟସ୍ଥ ସମୁଦ୍ର କୂଳରେ ଏକ ବନ୍ଧୁମିଳନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ୟୁନିସେଫ୍ (Unicef) ସହଯୋଗରେ ପରିଚାଳିତ ‘ୟୁଥ୍ ଫର ୱାଟର ପ୍ଲସ’ (Youth for Water Plus) ସଂଗଠନର ମିଳିତ ଆନୁକୂଲ୍ୟରେ ଏହି ଅବସରରେ “ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ସମାଜ” (Single-use plastic free society) ଶୀର୍ଷକ ଏକ ସ୍ୱତନ୍ତ୍ର ପରିବେଶ ସୁରକ୍ଷା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ହୋଇ ସମୁଦ୍ର କୂଳରେ ପଡ଼ିଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଏବଂ ସମ୍ପୂର୍ଣ୍ଣ ଭୋଜି ପରିସରକୁ ସଫା ସୁତୁରା କରିବା ସହ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନତା ସୃଷ୍ଟି କରି କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ (ପ୍ରିନ୍ସିପାଲ) ଶ୍ରୀ ଚନ୍ଦ୍ରମଣି ଜେନା, ବିଶିଷ୍ଟ ଅଧ୍ୟାପକ ଡଃ ଶେଖ୍ ଇସଲାମ ଏବଂ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ଶ୍ରୀ ଅରୂପ କୁମାର ଦେଓ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଏବଂ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସାମାଜିକ ଦାୟିତ୍ୱବୋଧ ଓ ମନୋରଞ୍ଜନର ଏହି ଅପୂର୍ବ ସମନ୍ୱୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକତ୍ରିତ ହୋଇଥିବା ବନ୍ଧୁବାନ୍ଧବୀମାନେ ଅତୀତର ଶିକ୍ଷାର୍ଥୀ ଜୀବନର ଅନୁଭୂତି ଓ ସ୍ମୃତି ରୋମନ୍ଥନ କରିବା ଏବଂ ବର୍ତ୍ତମାନ କଲେଜ ଜୀବନ ର ଅନୁଭବ, ଆଲୋଚନା କରି ସମସ୍ତଙ୍କ ନିଜ ନିଜର ମତପୋଷଣ କରିଥିଲେ। ଏହା ସହିତ ପୂର୍ବରୁ ଅନେକ୍ ବନ୍ଧୁମାନଙ୍କ ଦ୍ଵାରା ଅନେକ୍ ସମାଜସେବା କାର୍ଯ୍ୟ (ଅଭାବୀ, ଅସହାୟ / ଗରିବଙ୍କୁ ସାହାଯ୍ୟ, ବୃଦ୍ଧାଶ୍ରମ ଏବଂ ଅନାଥ ଆଶ୍ରମ ରେ ସମୟ ଅତିବାହିତ ସହିତ ସେମାନଙ୍କ ସୁଖ ଦୁଃଖ ରେ ସାମିଲ ହେବା, ରକ୍ତଦାନ ଏବଂ ଚିକିତ୍ସା ସେବା ଇତ୍ୟାଦି) ହୋଉଥିବା ସତ୍ତ୍ୱେ ଆଗାମୀ ଦିନରେ ବ୍ୟାପକ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କୁ ହାତକୁ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ସମାଜର ଅବହେଳିତ ତଥା ନିମ୍ନବର୍ଗର ପରିବାରର ମେଧା ପିଲାମାନଙ୍କ ପାଠପଢ଼ା ଦାୟିତ୍ଵ ନେବାପାଇଁ ପ୍ରସ୍ତାବ ଉପସ୍ଥାପନ ହୋଇଥିବା ବେଳେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ସେହିପରି ଆଗାମୀ ଦିନରେ ବ୍ୟାପକ ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ସମସ୍ତ ବନ୍ଧୁମାନେ ଏହାକୁ ସହଯୋଗ କରିବେ ବୋଲି ସହମତ ହୋଇଥିଲେ। ଏହି ବନ୍ଧୁମିଳନ ରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁବାନ୍ଧବୀ ମାନେ ବିଭିନ୍ନ ଖେଳ ଏବଂ ମଜାଳିଆ କାର୍ଯ୍ୟକ୍ରମ ଇତ୍ୟାଦି ଅନୁଷ୍ଠିତ ହୋଇଥଲା।
ରାଜୀବ ରାଉତରାୟ, ସାରସ୍ଵତ ବିଭୂପଦ, ସୋନାଲି ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ପ୍ରମୁଖ ସହଯୋଗୀ ଭାବେ ଅନୁପମା ସେଠୀ, ସସ୍ମିତା ବଳ, ସୌମ୍ୟ ନନ୍ଦ, ବିଜନ ଦାସ, ଭୂପତି ପାତ୍ର ଇତ୍ୟାଦି ବନ୍ଧୁମାନେ ଆନନ୍ଦ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଆଗାମୀ ଦିନରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ଅବ୍ୟାହତ ରଖି ଅଧିକ ରୁ ଅଧିକ ବନ୍ଧୁବାନ୍ଧବୀ ମାନଙ୍କୁ ସାମିଲ୍ କରିବାକୁ ସମସ୍ତେ ନିଷ୍ପତି ନେଇଥିଲେ।
