ରାୟଗଡା ତା ୧୨/୦୭ (ନିପ୍ର) ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପାଇକ ସାହି ରେ ଥିବା ଅତି ପୁରାତନ ଦୁର୍ଗା ମନ୍ଦିର ର ହୁଣ୍ଡି ପ୍ରାୟ ୪ ବର୍ଷ ପରେ ଆଜି ଖୋଲାଯାଇଥିଲା । ଦୁର୍ଗା ମନ୍ଦିର କମିଟି ତରଫରୁ ଏହି ହୁଣ୍ଡି ଖୋଲା କାର୍ଯ୍ୟ କରାଯାଇଥିବା ବେଳେ କମିଟିର କୋଷାଧ୍ୟକ୍ଷ ଅପନ୍ନା ନାୟକ ଓ ଉପଦେଷ୍ଟା ମେଘନାଦ ନାୟକ ଙ୍କ ତତ୍ତ୍ଵାବଧାନରେ କମିଟିର ସଦସ୍ୟ ରମେଶ ଜେନା, କାଳିଦାସ ମଣ୍ଡଙ୍ଗୀ, ଉମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୁଣ୍ଡି ରୁ ୧ ଲକ୍ଷ ୮୪ ହଜାର ୯୬୫ ଟଙ୍କା ବାହାରିଥିବା ବେଳେ ଉକ୍ତ ସମସ୍ତ ଦାନ ରାଶିକୁ କମିଟିର ଉପସ୍ଥିତି ରେ ସ୍ଥାନୀୟ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ମନ୍ଦିର ଟ୍ରଷ୍ଟ ନାଁ ରେ ଥିବା ଆକାଉଣ୍ଟ ରେ ଡିପୋଜିଟ୍ କରାଗଲା । ଆଜିର ଏହି ହୁଣ୍ଡି ଖୋଲା କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ ରହିଥିବା ବେଳେ ସୁରୁଖୁରୁରେ ପରିଚାଳିତ ହୋଇଯାଇଅଛି ।
