ହାଇସ୍କୁଲରେ ପଶିଲା ଦନ୍ତା ହାତୀ

ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଯାହାକୁ ନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ହାତୀଟିକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଆବଶ୍ୟକ ପଡିଲେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯିବା ନେଇ ସୂଚନା ମିଳିଛି।

ସ୍କୁଲର ବାହାରେ ଅନେକ ଲୋକ ଙ୍କ ଭିଡ ଥିବାରୁ ହାତୀଟିକୁ ସିଧା ସଳଖ ଘୋଉଡାଇବା ମଧ୍ୟ ବିପଜ୍ଜନକ ହେଉଛି । ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କରୁଛି ବନ ବିଭାଗ। ପୋଲିସ ଓ ବନ ବିଭାଗର ଅଧିକାରୀ ମାନେ ହାତୀ ଉପରେ ନଜର ରଖିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital