ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଇଞ୍ଜିନ ସହିତ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି ।ଡୁବୁରୀରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନ୍ଟି ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଛି । ତେବେ ଏହି ଲାଇନ୍ଚ୍ୟୁତ ଯୋଗୁଁ ସେପରି କିଛି ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ପ୍ରଥମଃ ପର୍ଯ୍ୟାୟରେ ଟ୍ରେନ୍ ଚଳାଚଳ ଯେପରି ସ୍ଵାଭାବିକ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି ।