୭ ହଜାର କୋଟି ବିଦ୍ୟୁତ ବିଲ ବାକି: ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଦ୍ୟୁତ ବିଲ ବାକି ପଡିଛି ପ୍ରାୟ ୭ ହଜାର କୋଟି ଟଙ୍କା । ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେ ଉତ୍ତର ରଖି କହିଛନ୍ତି, ମୋଟ ୬ ହଜାର ୯୫୬ କଟି ୯୩ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ପଡିଛି । ସାଧାରଣ ଗ୍ରାହକଙ୍କ ଉପରେ ୬ ହଜାର ୫୫୮ କଟି ଟଙ୍କା ବିଲ ବାକି ହଇଛି । ଶିଳ୍ପ ଓ ବାଣିଜ୍ୟ ଗ୍ରାହକଙ୍କ ଉପରେ ୩୯୮ କୋଟି ୯୩ ଲକ୍ଷ ଟଙ୍କା ବକେୟା ହୋଇଛି । ଅନ୍ୟପଟେ ସାର କଳାବଜାରୀ ଓ ବେଆଇନ ବିକ୍ରି ରୋକିବାକୁ କଡା ଆକ୍ସନ ନିଆଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ ଦ୍ୱାରା ୭୦୦୧ ଲାର ବିକ୍ରୟ କେନ୍ଦ୍ରରେ ଚଢାଉ ଚାଲିଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ୩୫ ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ବିକ୍ରି ସାମଗ୍ରୀ ଜବତ ହୋଇଛି । ୫ ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା, ୭୭ ଡିଲରଙ୍କ ଲାଇସେନ୍ସ ବାତିଲ ହୋଇଛି । ଅରବିନ୍ଦ ମହାପାତ୍ର ଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଉତ୍ତର ରଖିଛନ୍ତି ।

ଅଧିକ ପଢନ୍ତୁ