ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ସ୍ଥାନୀୟ ଚାହିଦା ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଲାଭ ଆଦାୟ ଯୋଗୁଁ ଟଙ୍କାର ହ୍ରାସ ଘଟିଛି।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟଙ୍କା ଆହୁରି ହ୍ରାସ ପାଇବ କି? ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଡଲାର ତୁଳନାରେ ଏଥିରେ ଆହୁରି ହ୍ରାସ ଦେଖାଯାଇପାରେ, ଟଙ୍କା ୯୧ ସ୍ତର ଅତିକ୍ରମ କରିବାର ସମ୍ଭାବନା ରହିଛି। ତଥାପି, ଫେଡ୍‌ ପକ୍ଷରୁ ସୁଧ ହାର ହ୍ରାସ ଏବଂ ଆରବିଆଇ ଏମ୍‌ପିସିର ମନୋଭାବ ଆଧାରରେ ଟଙ୍କା ତାର ଗତି ପରିବର୍ତ୍ତନ କରିପାରେ। ତେବେ ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା ଟଙ୍କାର ମୂଲ୍ୟ ପୂର୍ବ ସର୍ବନିମ୍ନ ୮୯.୯୪ ରେକର୍ଡ଼କୁ ଭାଙ୍ଗିଛି । ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ସହିତ ଦୁର୍ବଳ ବାଣିଜ୍ୟ ଏବଂ ପୋର୍ଟଫୋଲିଓ ପ୍ରବାହ ମଧ୍ୟରେ ଟଙ୍କାର ହ୍ରାସ ଘଟିଛି ।

ଅଧିକ ପଢନ୍ତୁ