କାହିଁକି ତ୍ରୀକୋଣୀୟ ହୋଇଥାଏ ମନ୍ଦିରର ପତାକା?

ମନ୍ଦିରର ଶୀର୍ଷରେ ପବନରେ ଉଡୁଥିବା ତ୍ରିକୋଣୀୟ ପତାକା ବା ବାନାକୁ ଦେଖି କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି ଏହା ତ୍ରୀକୋଣୀୟ କାହିଁକି ହୋଇଥାଏ ?ବିଜ୍ଞାନ ଅନୁଯାୟୀ, ତ୍ରିଭୁଜ ହେଉଛି ଏପରି ଏକ ଆକୃତି ଯାହା ବଢୁଥିବା ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଅର୍ଥାତ ଏଥିରୁ ବାହାରୁଥିବା ଶକ୍ତି ସର୍ବଦା ଉପର ଦିଗରେ ପ୍ରବାହିତ ହୋଇଥାଏ । ଶକ୍ତିକୁ ଉପରକୁ ଟାଣିବା ପାଇଁ ମନ୍ଦିରର ଶୀର୍ଷରେ ଉଡୁଥିବା ପତାକା ମଧ୍ୟ ସମାନ ନୀତି ଉପରେ ନିର୍ମିତ । ଯେତେବେଳେ ତ୍ରିକୋଣୀୟ ପତାକା ପବନରେ ଉଡ଼ିଥାଏ, ଏହାର ସୂକ୍ଷ୍ମ ଆକୃତି ମନ୍ଦିର ଉପର ବାୟୁମଣ୍ଡଳରେ ଉପସ୍ଥିତ ସକରାତ୍ମକ ତରଙ୍ଗକୁ କେନ୍ଦ୍ରୀଭୂତ କରିଥାଏ । ଏହି ଉପାୟରେ, ଏହି ପତାକା ମନ୍ଦିର ପରିସରରେ ଶକ୍ତିକୁ ବିସ୍ତାର କରିଥାଏ ।ତ୍ରିଭୁଜ କେବଳ ଏକ ଆକୃତି ନୁହେଁ, ହିନ୍ଦୁ ଦର୍ଶନରେ ଏହାକୁ ଏକ ରହସ୍ୟମୟ ସଙ୍କେତ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ତ୍ରିଭୁଜ ତିନୋଟି ଶକ୍ତିର ପ୍ରତିନିଧିତ୍ୱ କରେ – ସୃଜନ, ରକ୍ଷଣାବେକ୍ଷଣ ଏବଂ ବିନାଶ । ଅର୍ଥାତ ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କ ସନ୍ତୁଳନ । ମନ୍ଦିରରେ ଥିବା ଧ୍ୱଜା କହିଥାଏ ଯେ ମନ୍ଦିର ହେଉଛି ସେହି ସ୍ଥାନ ଯେଉଁଠାରେ ଏହି ତିନୋଟି ଶକ୍ତି ଏକା ସହିତ ବିଦ୍ୟମାନ ଅଛନ୍ତି । ଏହି କାରଣରୁ ଏହି ପତାକାକୁ କେବଳ ସୁନ୍ଦର ସାଜସଜ୍ଜା ପାଇଁ ନୁହେଁ ବରଂ ଏକ ଆଧ୍ୟାତ୍ମିକ ପରିଚୟ ଭାବରେ ବିବେଚନା କରାଯାଏ । ଯଦି ମନ୍ଦିର ଶୀର୍ଷରେ ପତାକା ଉଡୁଛି, ଏହାର ଅର୍ଥ ମନ୍ଦିର ଖୋଲା ଅଛି, ପୂଜା ଚାଲିଛି ଏବଂ ମନ୍ଦିର ଜୀବନ୍ତ ଅଛି । ଯଦି କୌଣସି ପତାକା ନ ଉଡୁଛି, ତେବେ ମନ୍ଦିର କୌଣସି କାରଣରୁ କାର୍ଯ୍ୟ ବନ୍ଦ ହେବାର ସଙ୍କେତ ଥିଲା । ଅର୍ଥାତ ଧ୍ୱଜାର କାର୍ଯ୍ୟ ଧାର୍ମିକ ହେବା ସହ ବ୍ୟାବହାରିକ ମଧ୍ୟ ଥିଲା ।

ଅଧିକ ପଢନ୍ତୁ