ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ। ମା’ଙ୍କ ଦେହରେ ନିଆଁ ଲଗାଇଦେଲା

ଗୁରୁବାର ସକାଳୁ ସକାଳୁ ମା’କୁ ଟଙ୍କା ମାଗିଥିଲେ ପୁଅ । ପୁଅ ଟଙ୍କା ନେଇ ମଦ ପିଇବ ବୋଲି ମା’ ଜାଣିଥିଲେ। ସେଥିପାଇଁ ପୁଅକୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ମା’କୁ ମାଡ଼ ମାରିବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି ତିହିଡି଼ ଥାନା ବିଲଣା ପଞ୍ଚାୟତ ଅଧୀନ ଗଳଗଣ୍ଡପୁର ଗ୍ରାମରେ।ସୂଚନା ଅନୁଯାୟୀ, ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁର ଦେବାଶିଷ ନାୟକ ଜଣେ ନିୟମିତ ନିଶା ସେବନକାରୀ। ସେ ସକାଳ ୮ଟା ବେଳେ ନିଜ ମାଙ୍କୁ ପିଟିଥିଲା। ମା’ ତଳେ ପଡ଼ିଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏହାପରେ ପଡ଼ୋଶୀଙ୍କ ପାଟି ଶୁଣି ସେ କେଉଁଆଡ଼େ ଚମ୍ପଟ ମାରିଥିଲା।ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ତେଣେ ପୁଲିସ ଫେରାର ଅଭିଯୁକ୍ତ ଦେବାଶିଷ ନାୟକକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

ଅଧିକ ପଢନ୍ତୁ