ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ଏନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଦେଇ କହିଛନ୍ତି ଯେ ୨୦୧୬ ପୂର୍ବରୁ ନର୍ମିତ ଆପାର୍ଟମେଣ୍ଟଗୁଡିକ କିଣା ବିକା ହୋଇପାରିବ । ‘ରେରା’ ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ସରକାର ।ଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍ ଦରକାର ପଡ଼ିବ ନାହିଁ। ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ଏବେ କେବଳ ସମ୍ପତ୍ତିର ପୁନଃ-ବିକ୍ରି ସମୟରେ ପୁରୁଣା ଟ୍ରାନ୍ସଫର ଦଲିଲ କିମ୍ବା ପଞ୍ଜୀକୃତ ବିକ୍ରି ଦଲିଲ ଦାଖଲ କରିବେ।
