ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା । ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
