ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. ଟାଟାଙ୍କୁ ବିବାହ କରିଥିଲେ।
ନାଭାଲ ଟାଟାଙ୍କ ପ୍ରଥମ ପତ୍ନୀ, ସୋନି କମିଶନାରିଆଟଙ୍କଠାରୁ ତାଙ୍କର ଦୁଇଟି ପୁଅ, ରତନ ଟାଟା ଏବଂ ଜିମି ଟାଟା ହୋଇଥିଲେ। ତାଙ୍କ ବିୟୋଗ ପରେ ତାଙ୍କ ଦ୍ୱିତୀୟ ପତ୍ନୀ, ସିମୋନ, ପରିବାରକୁ ଏକତ୍ର କରି ରଖିଥିଲେ। ସେମାନଙ୍କ ପୁଅ, ନୋଏଲ ଟାଟା, ବର୍ତ୍ତମାନ ଟାଟା ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।ସିମୋନ ଟାଟାଙ୍କୁ ଭାରତର “କସମେଟିକ୍ ଜାରିନା” ବୋଲି କୁହାଯାଏ। । ଲାକ୍ମୀ ପ୍ରଥମେ ଏକ ଛୋଟ ପ୍ରଡକ୍ଟ ଲାଇନ ଥିଲା। ହେଲେ ସେ ପ୍ରଥମେ ଏହାକୁ ଏକ ଘରୋଇ ବ୍ରାଣ୍ଡରେ ପରିଣତ କରିଥିଲେ।ଭାରତୀୟ ମହିଳାଙ୍କ ପାଇଁ ସ୍କିନ ଏବଂ ହେୟାର କେୟାର ମାର୍କେଟ୍କୁ ଲକ୍ଷ୍ୟ କରି ପ୍ରଡକ୍ଟ ଉତ୍ପାଦନ ଆରମ୍ଭ କରିଥିଲେ। ୧୯୯୦ ଦଶକରେ ମନମୋହନ ସିଂହଙ୍କ ଦ୍ୱାରା ଉଦାରିକରଣ ପରେ ବଜାର ଖୋଲିବା ଦ୍ୱାରା, ଲାକ୍ମି ଏଚୟୁଏଲ୍ ସହିତ ପାର୍ଟନର୍ସିପ୍ କରି ପ୍ରସାଧନ(କସମେଟିକ) କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା।
