ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।ଆହୁରି ମଧ୍ୟ ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର ।ଯେଉଁ ମାନେ ଗରିବ ସେହିମାନେ ଏହାର ଲାଭ ପାଇବେ। ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇବେ।
ହିତାଧିକାରୀ ଚୟନରେ ଅଗ୍ରାଧିକାର (Prioritization of Beneficiaries)
ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ ନିମ୍ନଲିଖିତ କ୍ରମରେ ଅଗ୍ରାଧିକାର ଦିଆଯିବ:
ବିଧବା (Widows)
ଭିନ୍ନକ୍ଷମ ବ୍ୟକ୍ତି (PwDs)
ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTGs), ଅନୁସୂଚିତ ଜନଜାତି (ST), ଅନୁସୂଚିତ ଜାତି (SC)
ସ୍ୱଳ୍ପ ଆୟକାରୀ ପରିବାରରୁ ଆସିଥିବା ଆବେଦନକାରୀ।
ଏହି ବିବାହଗୁଡିକ ଅଭିଜ୍ଞତା ଥିବା ସ୍ଥାନୀୟ NGO/CBO/ସୋସାଇଟି/ଟ୍ରଷ୍ଟ ସହାୟତାରେ ଗଣ/ସାମୁହିକ ବିବାହ ରୂପେ ଆୟୋଜିତ ହେବ।କାର୍ଯ୍ୟକାରୀ ସଂସ୍ଥା (Implementing Agencies) ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବେ, ଦସ୍ତାବିଜ ଯାଞ୍ଚ କରିବେ ଏବଂ ଜିଲ୍ଲା ସ୍ତରୀୟ କମିଟି (ଯାହା ସୁଭଦ୍ରା ଯୋଜନା ଅଧୀନରେ ଗଠିତ ହୋଇଛି) ନିକଟରେ ଅନୁମୋଦନ ପାଇଁ ଦାଖଲ କରିବେ।ମର୍ଯ୍ୟାଦାପୂର୍ଣ୍ଣ ଭାବରେ ବିବାହ ସମାରୋହ ଆୟୋଜନ ଉପରେ ଗୁରୁତ୍ୱ ଦିଆଯିବ।
