ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ,ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର ବର୍ଦ୍ଧିତ ଭିଡ଼ ଏବଂ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ତୁରନ୍ତ ପଦକ୍ଷେପ ନେଇଛି।ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି । ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି କୁହାଯାଇଛି ।ଉଡ଼ାଣ ବାତିଲର ସବୁଠାରୁ ବଡ଼ ପ୍ରଭାବ ଦକ୍ଷିଣ ଭାରତରେ ଅନୁଭୂତ ହୋଇଥିଲା, ଯେଉଁଠାରେ ରେଳବାଇ କ୍ଷମତା ବୃଦ୍ଧି ପାଇଁ ବିଶେଷ ପ୍ରସ୍ତୁତି କରିଥିଲା। ଦକ୍ଷିଣ ରେଳବାଇ ୧୮ଟି ଟ୍ରେନରେ ନୂତନ କୋଚ ଯୋଡିଥିଲା। ଅନେକ ଲୋକପ୍ରିୟ ରୁଟରେ ସ୍ଲିପର ଏବଂ ଚେୟାର କାର୍‌ ସଂଖ୍ୟା ବୃଦ୍ଧି କରି ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସିଟ ଉପଲବ୍ଧ କରାଯାଇଥିଲା।

ଅଧିକ ପଢନ୍ତୁ