୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ରାଜ୍ୟରେ ମୋଟ ୭୪୨୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୨୦, ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଭଡା ଘରେ ଚାଲିଛି ୩, ୮୯୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । କମ୍ୟୁନିଟି ସେଣ୍ଟରରେ ଚାଲିଛି ୧୦, ୪୬୯ଟି କେନ୍ଦ୍ର ରହିଛି । ୪,୫୭୪ ଅଙ୍ଗନବାଡି କେନ୍ଦ୍ର ସ୍କୁଲରେ ଚାଲିଛି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି।

ଅଧିକ ପଢନ୍ତୁ