ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣା ରେ ଟିଟିଇଙ୍କୁ ନିଲମ୍ବିତ କରାଯାଇଛି। | ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନେଲା ରେଲଓ୍ୱେ। ଟ୍ରେନ୍ରେ TTE ଏବଂ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ବରୁନି-ଲକ୍ଷ୍ନୌ ଏକ୍ସପ୍ରେସ ଟ୍ରେନର ଏକ ସମାନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ TTE ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଏଭଳି ଅସଦାଚରଣ ଟିଟିଇକୁ ସସପେଣ୍ଡ କରିଦିଆଯାଇଛି। ଟ୍ରେନ୍ରେ ଜଣେ ଯାତ୍ରୀ ଯାତ୍ରାକରୁଥିଲେ । ସେ ଟିକେଟ କରିଥିବା କଥା ଟିକେଟ ଯାଞ୍ଚ କରୁଥିବା ଟିଟିଇଙ୍କୁ କହିଥିଲେ । ତାଙ୍କର କଣ ଭୁଲ୍ ଅଛି ବୋଲି ବାରମ୍ବାର କହୁଥିବା ବେଳେ ଟିଟିଇ ତାଙ୍କୁ ମାଡ ମାରିବା ସହ ଗାମୁଛାକୁ ଭିଡି ଧରିଥିଲେ ।
ଅନ୍ୟ ଯାତ୍ରୀମାନେ ଏହାର ବିରୋଧ କରିବାରୁ ସମ୍ପୃକ୍ତ ଟିଟିଇ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗୁଣ୍ଡାଙ୍କ ପରି ଅଭଦ୍ର ବ୍ୟବହାର କରିଥିଲେ । କିଛି ମହିଳାଯାତ୍ରୀ ମଧ୍ୟ ସମ୍ପୃକ୍ତ ଟିଟିଇଙ୍କୁ ଏପରି ବ୍ୟବହାର କରିବାରୁ ନିବୃତ ରହିବା ପାଇଁ କହିଥିଲେ । ମାତ୍ର ଟିଟିଇ ନିଜ ଚାକିରିର ମିଛ ରୋବାବ ଦେଖାଇଥିଲେ । ଏହି ଭିଡିଓକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ୍ସରେ ଟ୍ୟାଗ୍ କରାଯାଇ ସାଧାରଣ ନାଗରିକଙ୍କ ପାଇଁ ଟ୍ରେନ୍ ଯାତ୍ରା କେତେ ସୁରକ୍ଷିତ ତାହା ପଚାରିଥିଲେ।