ଶିକ୍ଷକ ସଂଘର ଆନ୍ଦୋଳନ ! ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା । ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ । ପୁଣି ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଗଣ ଶିକ୍ଷା ବିଭାଗ ସକାରାତ୍ମକ ରହିଛି । ଗୋଟିଏ ଦିନରେ ସମସ୍ୟା ସମାଧାନ ହୋଇପାରିବ ନାହିଁ । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ । ଏ ସରକାର୍ ବୁଝିବାକୁ ପ୍ରସ୍ତୁତ ଅଛନ୍ତି , ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ । ସୂଚନାମୁତାବକ ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ନିୟମିତ ଚାକିରି, ନୂଆ ନିଯୁକ୍ତି, ସମେତ ୧୩ଦଫା ଦାବି ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଶିକ୍ଷକଙ୍କ ବିକ୍ଷୋଭ । ସମାନ କାମକୁ ସମାନ ଦରମା ଦାବି କରି ଭୁବନେଶ୍ବର ବିଧାନସଭା ମାର୍ଗରେ ହଜାର ହଜାର ଆଦର୍ଶ ବିଦ୍ୟାଳୟ ଶିକ୍ଷକ ବିକ୍ଷୋଭ ପଦର୍ଶନ କରିଛନ୍ତି । ଆନ୍ଦୋଳନକୁ ୫ ଦିନ ବିତି ଯାଇଥିଲେବି ସରକାର ସେମାନଙ୍କ କଥା ଶୁଣୁନାନାହାନ୍ତି । ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ କଳା ବ୍ୟାଚ ପିନ୍ଧି ବିଦ୍ୟାଳୟ ଗେଟ ସାମ୍ନାରେ ଧାରଣା ଦେବା ସହ ଶାନ୍ତପୂର୍ଣ ଆନ୍ଦୋଳନ ଜାରି ରଖୁଛନ୍ତି ।

ଅଧିକ ପଢନ୍ତୁ