IRCTCର ନୂଆ ବିଟା ଓ୍ବେବସାଇଟ୍ ଲଞ୍ଚ୍, ୨୨ ବର୍ଷରେ ପରେ ହେଲା ବଡ଼ ପରିବର୍ତ୍ତନ

ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ ୱେବସାଇଟର ବିଟା ସଂସ୍କରଣ ଲଞ୍ଚ କରିଛି। ପ୍ରାୟ ଦୁଇ ଦଶନ୍ଧି ପରେ ୱେବସାଇଟରେ ଏଭଳି ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ପୋର୍ଟାଲର ଲିଙ୍କ୍ (https://www.irctc.co.in/eticket/) ମାଧ୍ୟମରେ କିମ୍ବା ବର୍ତ୍ତମାନର ହୋମପେଜକୁ ଯାଇ ଯାତ୍ରୀମାନେ ଏହି ସେବାର ଟ୍ରାଏଲ୍ କରିପାରିବେ ଏବଂ ନିଜର ମତାମତ ଦେଇପାରିବେ।ଏହି ନୂଆ ଅପଗ୍ରେଡ୍ ଯୋଗୁ ଯାତ୍ରୀଙ୍କ ଟିକେଟ ବୁକିଂ ସମୟ ବଞ୍ଚିବ। ଯାତ୍ରୀଙ୍କ ମତାମତ ଉପରେ ଆଧାର କରି ଭବିଷ୍ୟତରେ ୱେବସାଇଟରେ ଅପଡେଟ୍ କରାଯିବ, ଯାହା ଦ୍ଵାରା ଉପଭୋକ୍ତା ଅଭିଜ୍ଞତା ବୃଦ୍ଧି ପାଇବ।

ରେଳ ମନ୍ତ୍ରଣାଳୟ କହିଛି ଯେ ନୂତନ IRCTC ୱେବସାଇଟ୍ ଏବଂ ନୂତନ Passenger Reservation Engine ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହେବା ପରେ, ଯାତ୍ରୀମାନେ ପୂର୍ବ ତୁଳନାରେ ଏକ ଦ୍ରୁତ, ସହଜ ଏବଂ ଅଧିକ ଆଧୁନିକ ଅନଲାଇନ୍ ଟିକେଟ୍ ବୁକିଂ ଅଭିଜ୍ଞତା ଉପଭୋଗ କରିପାରିବେ। ଏଥିପାଇଁ, ଆଗାମୀ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନୂତନ IRCTC ପୋର୍ଟାଲ୍ ଉପଲବ୍ଧ କରାଯିବ। ଏହା ସହିତ, ରେଳବାଇ ସମସ୍ତ ଉପଭୋକ୍ତାଙ୍କ ନୂତନ ୱେବସାଇଟ୍ ବ୍ୟବହାର କରିବାକୁ ଏବଂ ସେମାନଙ୍କର ମତାମତ ସେୟାର କରିବାକୁ ଅନୁରୋଧ କରିଛି।

ଅଧିକ ପଢନ୍ତୁ