ବାଲୁକା କଳାରେ ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ସହ ୧୦୦ କ୍ଷୁଦ୍ର ରଥ

ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ମହାପ୍ରଭୁ ଜଗନ୍ନାଥ ଏବଂ ୧୦୦ଟି କ୍ଷୁଦ୍ର ବାଲୁକା ରଥ ସ୍ଥାନ ପାଇଛି।ଏହି କଳାକୃତିରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ତିନୋଟି ମହିମାମୟ ରଥକୁ ସୁନ୍ଦର ଭାବରେ ଚିତ୍ରିତ କରାଯାଇଥିବା ବେଳେ ୧୦୦ଟି କ୍ଷୁଦ୍ର ବାଲୁକା ରଥ ରଥଯାତ୍ରାରେ ଭାଗ ନେଉଥିବା କୋଟି କୋଟି ଭକ୍ତଙ୍କ ଭକ୍ତି ଓ ବିଶ୍ୱାସକୁ ପ୍ରତିଫଳିତ କରୁଛି।ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନଙ୍କ ସହାୟତାରେ ଏହି ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଅଧିକ ପଢନ୍ତୁ