ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ା ଝୋଲା ଫାଣ୍ଡି ନିକଟସ୍ଥ ବେରୁଆବାରୀ ପଂଚାୟତର ତୋରିଗାଡିଆ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଧଝୋଲା ଗ୍ରାମର ଫକିର ନାୟକ ଏବଂ ରାଜେନ୍ଦ୍ର ନାୟକ। ଗତ ରାତିରେ ୨ ଜଣ ଯୁବକ ବାଇକ ଯୋଗେ ଓଡଗାଁ ଅଭିମୁଖେ ଆସୁଥିଲେ । ନିଶାସକ୍ତରେ ଥିବାରୁ ବ୍ରିଜରେ ବାଇକ ଦୁର୍ଘଟଣା ଘଟାଇ ବ୍ରିଜ ତଳେ ପଡି ମୃତ୍ୟୁବରଣ କରିଥିବା ସୂଚନା ରହିଛି ।
ଯୁବକ ପୋଲ ତଳେ ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସକାଳେ ସ୍ଥାନୀୟ ଲୋକେ ପୋଲ ତଳେ ଦୁଇ ଜନଙ୍କୁ ପଡ଼ିଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଓଡ଼ଗାଁ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।
