ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି। ଏଥିରେ ଭାଇଭଉଣୀ ଗୁରୁତର ହୋଇଛନ୍ତି । ୯ ବର୍ଷର ପୁଅ ଓ ୧୩ ବର୍ଷ ଝିଅର ପେଟରେ ଗୁଳି ବାଜିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କୁନି କୁନି ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ଜଣାପଡିନାହିଁ ।କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l