ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍

ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ତେବେ ତାଙ୍କୁ ଆଜି ଲାଗିଛି ବଡ ଝଟକା | ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ ପାଇ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରିବା ଅଭିଯୋଗରେ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏହି ମାମଲା ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ନୂଆଦିଲ୍ଲୀ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବା ଅଭିଯୋଗ ସହିତ ଜଡିତ। କୋର୍ଟ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬, ୨୦୨୬ରେ କରିବେ।ରିପୋର୍ଟ ଅନୁସାରେ, ବିକାଶ ତ୍ରିପାଠୀ ନାମକ ଜଣେ ଆବେଦନକାରୀ ସୋନିଆଙ୍କ ଭୋଟର ତାଲିକାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ସୋନିଆଙ୍କ ନାଁ ୧୯୮୦ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ କ୍ଷେତ୍ରରେ ସାମିଲ ହୋଇଥିଲା । କିନ୍ତୁ ସେ୧୯୮୩ରେ ଭାରତର ନାଗରିକ ହୋଇଥିଲେ । ଭୋଟର ତାଲିକାର ଅନିୟମିତତା ଏବଂ ଫେକ୍ ଡକ୍ୟୁମେଣ୍ଟ୍ ନେଇ ବିକାଶ ପ୍ରଥମେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଥିଲେ ।

ପ୍ରଥମେ କୋର୍ଟ କହିଥିଲେ ଯେ, ଭୋଟର ତାଲିକା ଯାଂଚ୍ କରିବା କୋର୍ଟଙ୍କ ଅଧିକାର ବାହାରେ ରହିଛି । ଏହା ନିର୍ବାଚନ କମିଶନଙ୍କ କାମ । ଏହାପରେ ବିକାଶ ପୁଣି ଥରେ ସମାନ ମାମଲାରେ ଆବେଦନ କରିଥିଲେ । ଯାହାକୁ ନେଇ ସୋନିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନାଗରିକ ନହୋଇ ଭୋଟର ତାଲିକାରେ ନାଁ ଥିବାରୁ ସୋନିଆଙ୍କ ସହ ଦିଲ୍ଲୀ ପୋଲିସକୁ ମଧ୍ୟ ନୋଟିସ ହୋଇଛି ।

ଅଧିକ ପଢନ୍ତୁ