ଫେବୃଆରୀ ୫ରୁ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ହେବ।

ଆସନ୍ତା ମାସରୁ ବିଧାନସଭା ଅଧିବେଶନ । ଫେବୃଆରୀ ୫ରୁ ଆରମ୍ଭ ହୋଇ ୧୩ ଯାଏଁ ଚାଲିବ ବିଧାନସଭା ଅଧିବେଶନ୍‌ । ଏହି ଅଧିବେଶନରେ କାମଚଳା ବଜେଟ ଆଗତ ହେବ ।୫ରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ୮ରେ ବଜେଟ୍‌ ଉପସ୍ଥାପନ କରାଯିବ।ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କୁ ବିଧାନସଭାରେ ଘେରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଶେଷରେ ଅଧିବେଶନ ଶେଷ ଦିନ ସମସ୍ତ ବିଧାୟକଙ୍କର ଫଟୋ ସେସନ୍‌ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢନ୍ତୁ

kc ads