କମିଲା ସୁନା ଦର ସ୍ଥିର ରହିଲା ରୁପା ଦାମ୍

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ।ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ହୋଇଛି । ୧୦ଗ୍ରାମ ସୁନା ୨୮୩ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୧,୨୭,୯୭୪ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହାର ମୂଲ୍ୟ ୧,୨୮,୨୫୭ଟଙ୍କା ରହିଥିଲା ।ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୯,୨୫୦ ଟଙ୍କା ଛୁଇଁଛି । ସେହିପରି ରୂପାର ମୂଲ୍ୟ ୧ କିଲୋଗ୍ରାମ ମୂଲ୍ୟରେ ୧୯୫ଟଙ୍କା ହ୍ରାସ ପାଇ ୧,୭୮,୮୯୩ଟଙ୍କାରେ ପହଞ୍ଚିଛି । ସୋମବାର ରୂପା କିଲୋ ପ୍ରତି ସର୍ବକାଳୀନ ସର୍ବୋଚ୍ଚ ୧,୭୯,୦୮୮ ଟଙ୍କା ରହିଥିଲା ।ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଅଧିକ ପଢନ୍ତୁ