ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼

ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ଭବତଃ ସ୍ଥାନେ ସ୍ଥାନେ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ବୃଦ୍ଧି ହୋଇପାରେ ।

ଅଧିକ ପଢନ୍ତୁ