ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଫୁଲବାଣୀ ଜେଲ୍ କୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ