ଦେଶର ଫାର୍ମା ହବ୍‌ ହେବ ଓଡ଼ିଶା : ସ୍ବାକ୍ଷରିତ ହେଲା ୪୨ ବୁଝାମଣା ପତ୍ର

ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଡ୍ରଗ୍ ମାନୁଫାକଚରିଂ ୟୁନିଟ୍ ଖୋର୍ଦ୍ଧାରେ, ଡ଼ିଭାଇସ ମାନୁଫାକଚରିଂ ୟୁନିଟ୍ ବି ଖୋର୍ଦ୍ଧାରେ ନିର୍ମାଣ ହେବ । ଫାର୍ମା ସମ୍ମିଳନୀରେ ୨୦ ଦେଶରୁ ବଡ଼ କମ୍ପାନୀ ଆସିଛନ୍ତି । ସମ୍ ଲାଇଫ ସାଇନସେସ୍ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ଗୋଠପାଟଣା ଠାରେ ହେବ ସମ୍ ଲାଇଫ୍ ସାଇନ୍ସ ଔଷଧ ଉତ୍ପାଦନ କେନ୍ଦ୍ର । ଏଠାରେ ୨୦୨୭ରୁ ଉତ୍ପାଦନ ଆରମ୍ଭ ହେବ । ଏଥିରେ ଓରାଲ ଟାବଲେଟ, ଇନଜେକ୍ଟଟେବଲସ ପ୍ରମୁଖ ନିର୍ମାଣ କରାଯିବ ।

ଅଧିକ ପଢନ୍ତୁ