ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚୀନର ମାଷ୍ଟରପ୍ଲାନ୍

ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଦିଲ୍ଲୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଚୀନର ମାଷ୍ଟରପ୍ଲାନ୍। ୬ ଫର୍ମୁଲା ଦେଲା ବେଜିଂ। ଚୀନର ରାଜଧାନୀ ବେଜିଂ ଏକଦା ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଥିଲା। ସେଠାକାର ବାୟୁ ଦିଲ୍ଲୀ ପରି ବିଷାକ୍ତ ଥିଲା। ପୂରା ସହର ସବୁବେଳେ ଧୂଆଁର ଚାଦରରେ ଘୋଡ଼ାଇ ରହୁଥିଲା। ଚୀନ୍ କଠୋର ବାୟୁ ବିଶୋଧନ ଅଭିଯାନ ଯୋଗୁଁ ଆଜି ବେଜିଂର ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି।ଚାଇନା ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ତୁଳନାତ୍ମକ ଚିତ୍ର ସେୟାର କରିଛନ୍ତି। ଗତ ଡିସେମ୍ବର ୧୫ ତାରିଖର ତଥ୍ୟ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୪୭ (ଅତି ଗମ୍ଭୀର) ଥିବାବେଳେ ବେଜିଂରେ ଏହା ମାତ୍ର ୬୭ ଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ବେଜିଂ ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ନିଜ ବାୟୁ ମାନରେ କିପରି ଉନ୍ନତି ଆଣିପାରିଛି। ତେବେ ଗବେଷଣାରୁ ଜଣାପଡିଛି ଯେ ଯାନବାହାନ ନିର୍ଗମନ ସର୍ବାଧିକ ବାୟୁ ଗୁଣବତ୍ତା ଅବନତିରେ ସହାୟକ ହୁଏ। ଚୀନ୍ ମୁଖପାତ୍ରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଛଅଟି ପଦକ୍ଷେପ ମଧ୍ୟରୁ ଗୋଟିଏ ହେଉଛି ଯାନବାହାନ ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାର ଯୋଜନା। ଦ୍ୱିତୀୟରେ ପୁରୁଣା ଏବଂ ଅତ୍ୟଧିକ ପ୍ରଦୂଷଣକାରୀ ଯାନଗୁଡ଼ିକୁ ହଟାଇବା – ବେଜିଂ ପୁରୁଣା ଏବଂ ଅତ୍ୟଧିକ ପ୍ରଦୂଷଣକାରୀ ଯାନଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ଆରମ୍ଭ କରିଥିଲା। ସେମାନଙ୍କ ନିର୍ଦ୍ଧାରିତ ବୟସରେ ପହଞ୍ଚିଥିବା ଯାନଗୁଡ଼ିକୁ ସ୍କ୍ରାପ୍ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ଏବଂ ଅନେକ କ୍ଷେତ୍ରରେ, ସେଗୁଡ଼ିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା। ତୃତୀୟରେ ବେଜିଂ ପାଖାପାଖି ୩,୦୦୦ ରୁ ଅଧିକ ଭାରି ଶିଳ୍ପକୁ ସହର ବାହାରକୁ ସ୍ଥାନାନ୍ତର କରିଛି। କେବଳ ଚାଇନାର ବୃହତ ଇସ୍ପାତ କମ୍ପାନୀ ‘ଶୌଗାଙ୍ଗ’ର ସ୍ଥାନାନ୍ତର ଦ୍ୱାରା ପ୍ରଦୂଷଣକାରୀ କଣିକା (particulates) ୨୦% ହ୍ରାସ ପାଇଥିଲା। ପୁରୁଣା କାରଖାନା ଅଞ୍ଚଳକୁ ପାର୍କ, ବାଣିଜ୍ୟିକ କେନ୍ଦ୍ର ଏବଂ ସାଂସ୍କୃତିକ ହବ୍‌ରେ ପରିଣତ କରାଯାଇଛି।

ଅଧିକ ପଢନ୍ତୁ