ବନ୍ଦେ ଭାରତ ଟ୍ରେନରେ ଓଡ଼ିଆ ଖାଦ୍ୟର ମଜା

ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ ଚଳାଇବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଧିକ ଟ୍ରିପ୍ ସମ୍ପର୍କରେ ରେଲୱେ ସୂଚନା ପ୍ରଦାନ କରିବ । ତେବେ ରେଳ ବିଭାଗ ବନ୍ଦେ ଭାରତ ଟ୍ରେନ ଯାତ୍ରୀଙ୍କ ପାଇଁ ଆଣିଛି ଖୁସି ଖବର । ଏବେ ବନ୍ଦେ ଭାରତ ଟ୍ରେନ ଗୁୁଡିକରେ ମିଳିବ ବିଭିନ୍ନ ଆଞ୍ଚଳିକ ଖାଦ୍ୟ । କାଶ୍ମୀର ଠାରୁ ନେଇ କେରଳ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ ଅଞ୍ଚଳର ପ୍ରମୁଖ ସ୍ବାଦିଷ୍ଟ ବ୍ୟଞ୍ଜନକୁ ନିଜ ମେନୁର ସାମିଲ କରିବ ରେଳ ବିଭାଗ । ଯାହା ଯାତ୍ରୀଙ୍କୁ ଯାତ୍ରା ସହିତ ଏକ ଅଭୂଲା ଅନୁଭୂତି ଦେବ । ଏବେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କେରଳ,ବିହାର ଏବଂ କାଶ୍ମୀରରେ ଯାତ୍ରୀ ମାନେ ଏହି ସୁବିଧା ପାଇବେ

ଅଧିକ ପଢନ୍ତୁ