ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଉନ୍ନୟନ କମିସନର ଦାୟିତ୍ୱ ତୁଲାଉଥିଲେ ଅନୁ ଗର୍ଗ ।୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍‍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି ।

ଅଧିକ ପଢନ୍ତୁ