ଜାନୁଆରୀ ୧୪ରୁ ୧୭ ଯାଏଁ ବନ୍ଦ ରହିବ ଟି- ସେତୁ । ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ୧୨ ଘଣ୍ଟା ବନ୍ଦ ରହିବ ଟି-ସେତୁ । ଗୋପୀନାଥପୁର ଓ ବୈଦେଶ୍ୱର ଉଭୟ ପଟୁ ବନ୍ଦ ରହିବ ବାଟ ।ପ୍ରକାଶଥାଉକି, ଦୁଇବର୍ଷ ପୂର୍ବେ ମକରମେଳାରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଫଳରେ ଦଳାଟକଟା ଭଳି ପରିସ୍ଥିତି ଉପୁଜି ପ୍ରାଣହାନୀ ମଧ୍ୟ ହୋଇଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି ।
