ତନଘନା ପରେ ବିଲ ଭିତରୁ ଉଦ୍ଧାର ହେଲା ଲୁଟ୍ ଏଟିଏମ୍ । ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ ଥିଲା । ଲୁଟି ନେଇଥିଲେ ଟଙ୍କା ବୋଝେଇ ଏଟିଏମ୍ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି । ମଇଁଦା ଛକଠାରେ ଥିବା ଏଚଡିଏଫସି ବ୍ୟାଙ୍କର ଏଟିଏମ୍ ମେସିନକୁ ଲୁଟେରାମାନେ ସମମ୍ପୂର୍ଣ୍ଣଭାବେ ଉଠାଇ ନେଇ ନିକଟରେ ଥିବା ଏକ ଡାଲା ଅଟୋରେ ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା ।। ବିଞ୍ଝାରପୁର ପୋଲିସ ତଦନ୍ତ କରି ବିଲରୁ ଖାଲି ଏଟିଏମ୍ ମେସିନକୁ ଉଦ୍ଧାର କରିଛି । ସେପଟେ ବ୍ୟାଙ୍କ ସମ୍ମୁଖରୁ ଏକ ଡାଲା ଅଟୋ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।
