ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ।ତ ୨୦୨୩ ଜୁନ୍ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୫ ଜଣଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।
ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ ଏସବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍ ଇନ୍ସପେକ୍ଟର ଏକେ ଖୁଣ୍ଟିଆଙ୍କୁ ବହିଷ୍କାର କରାଯାଇଛି।ତେବେ ଘଟଣାରେ ସିବିଆଇ ଯାଞ୍ଚ ମଧ୍ୟ କରାଯାଇଥିଲା। ଅନେକ ଅଧିକାରୀଙ୍କୁ ଜେରା ମଧ୍ୟ କରାଯାଇଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା।