
ନୟାଗଡ଼,(ଓଡ଼ିଶା ଦର୍ପଣ):ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସୋଲପଟା ପରିସରରେ ଏକାଦଶ ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି। ଉଦଘାଟନ ସଭାରେ ଓଡଗାଁ ତହସିଲଦାର ମାନସ ରଂଜନ ଭୋଇ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଡେପୁଟି ଜିଲ୍ଲାପାଳ ତପତି ରାଜ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ସଂଧ୍ୟାରାଣୀ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସଭାରେ ଅନ୍ଯତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ବନଲତା ବେହେରା, ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ଅନିଲ କୁମାର ଦାଶ, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଘନଶ୍ଯାମ ରାଉତ, ଯୁଗ୍ମ ସଂପାଦକ ପ୍ରଦ୍ୟୁମ୍ନ କୁମାର ନନ୍ଦ, ପଞ୍ଚାୟତ ସମିତିର ସଭ୍ଯ ବିନୟ କୁମାର ବରାଡ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ବିଦ୍ୟାଳୟର ସଭାପତି ସୁଶାନ୍ତ କୁମାର ଜେନା ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ।
ଶିବିର ନିର୍ଦ୍ଦେଶକ ଭାବେ ବିଜୟ କୁମାର ମହାପାତ୍ର କାର୍ଯ୍ୟ ପରିଚାଳନା କରିଥିବା ବେଳେ ପୂର୍ବତନ ଡିପିଇଓ ପ୍ରକାଶ କୁମାର ଶାନ୍ତ ସ୍ୱାଗତ ସଙ୍ଗୀତ ପରିଚାଳନା କରିଥିଲେ। ନୟାଗଡ ବ୍ଲକ କୋଡିନେଟର ଇପସିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସଭା ପ୍ରାରମ୍ଭରେ ସନ୍ତୋଷ କୁମାର ନନ୍ଦ ବେଦ ପାଠ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତିମା କୁମାରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ଉକ୍ତ ଶିବିରରେ ୩ ଶହ ଶିବିରାର୍ଥୀ ଯୋଗଦାନ କରିବା ସହ ୫୦ ଜଣ କାଉନସିଲର ଶିବିର ପରିଚାଳନା କରୁଛନ୍ତି।
