RBI ପ୍ରତି ମାସରେ ବ୍ୟାଙ୍କ ଛୁଟିର ଏକ ତାଲିକା ପ୍ରକାଶ କରେ । ଅକ୍ଟୋବର ମାସରେ ପାଖାପାଖି 16 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି ।ପ୍ରତ୍ୟେକ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ କ୍ଷେତ୍ରରେ, କେବଳ ସେହି ରାଜ୍ୟଗୁଡ଼ିକରେ ବ୍ୟାଙ୍କ ସେବା ବନ୍ଦ ରହିବ ।
2 ଅକ୍ଟୋବର (ଶୁକ୍ରବାର): ଗାନ୍ଧୀ ଜୟନ୍ତୀ
4 ଅକ୍ଟୋବର (ରବିବାର): ସାପ୍ତାହିକ ଛୁଟି
10 ଅକ୍ଟୋବର (ଶନିବାର): ମାସର ଦ୍ୱିତୀୟ ଶନିବାର
11 ଅକ୍ଟୋବର(ରବିବାର): ସାପ୍ତାହିକ ଛୁଟି
17 ଅକ୍ଟୋବର (ଶନିବାର): ମହାସପ୍ତମୀ ପାଇଁ କେବଳ ଅଗରତାଲା (ତ୍ରିପୁରା)ରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।
18 ଅକ୍ଟୋବର (ରବିବାର): ସାପ୍ତାହିକ ଛୁଟି
19 ଅକ୍ଟୋବର (ସୋମବାର): ଦୁର୍ଗା ପୂଜା, ମହା ଅଷ୍ଟମୀ, ମହା ନବମୀ ପାଇଁ ଭୁବନେଶ୍ୱର (ଓଡ଼ିଶା), ଅଗରତାଲା (ତ୍ରିପୁରା), ଆଇଜୋଲ (ମିଜୋରାମ), ଚେନ୍ନାଇ (ତାମିଲନାଡୁ), ଗୌହାଟି (ଆସାମ), ଇମ୍ଫାଲ (ମଣିପୁର), ଇଟାନଗର (ଇଟାନଗର), କୋହିମା (ନାଗାଲାଣ୍ଡ), ପାଟନା (ବିହାର), ରାଞ୍ଚି (ଝାଡ଼ଖଣ୍ଡ) ଏବଂ ଶିଲଂ (ମେଘାଳୟରେ ବ୍ୟାଙ୍କ ବନ୍ଦ ରହିବ ।
20 ଅକ୍ଟୋବର (ମଙ୍ଗଳବାର): ଦଶହରା (ବିଜୟାଦଶମୀ) ପାଇଁ ଗ୍ୟାଙ୍ଗଟକ୍ (ସିକ୍କିମ) ଏବଂ ଇମ୍ଫାଲ (ମଣିପୁର) ବ୍ୟତୀତ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
21 ଅକ୍ଟୋବର(ବୁଧବାର): ବିଜୟାଦଶମୀ, ଦୁର୍ଗା ପୂଜା ପାଇଁ ଅଗରତାଲା (ତ୍ରିପୁରା), ବେଙ୍ଗାଲୁରୁ (କର୍ଣ୍ଣାଟକ), ଗ୍ୟାଙ୍ଗଟକ୍ (ସିକ୍କିମ), ଗୌହାଟି (ଆସାମ), କୋଲକାତା (ପଶ୍ଚିମବଙ୍ଗ) ଏବଂ ତିରୁବନନ୍ତପୁରମ (କେରଳମ୍)ରେ ବନ୍ଦ ରହିବ ।
22 ଅକ୍ଟୋବର (ଗୁରୁବାର): ଦୁର୍ଗା ପୂଜା ପାଇଁ ଗ୍ୟାଙ୍ଗଟକ (ସିକ୍କିମ)ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
23 ଅକ୍ଟୋବର (ଶୁକ୍ରବାର): ଦୁର୍ଗା ପୂଜା ପାଇଁ ଗ୍ୟାଙ୍ଗଟକ (ସିକ୍କିମ)ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
24 ଅକ୍ଟୋବର (ଶନିବାର): ମାସର ଚତୁର୍ଥ ଶନିବାର
25 ଅକ୍ଟୋବର (ରବିବାର): ସାପ୍ତାହିକ ଛୁଟି
26 ଅକ୍ଟୋବର (ସୋମବାର): ଲକ୍ଷ୍ମୀ ପୂଜା / ପ୍ରସ୍ଥାନ ଦିବସ / ମହର୍ଷି ବାଲ୍କିକୀ ଜୟନ୍ତି ପାଇଁ ଅଗରତାଲା (ତ୍ରିପୁରା), ଚଣ୍ଡିଗଡ଼ (ପଞ୍ଚାବ), ଜମ୍ମୁ, ସିମଲା (ହିମାଚଳପ୍ରଦେଶ) ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
29 ଅକ୍ଟୋବର(ଗୁରୁବାର): କରୱା ଚୌଥ କେବଳ ସିମଲା (ହିମାଚଳପ୍ରଦେଶ)ରେ ବ୍ୟାଙ୍କ ବନ୍ଦ ରହିବ ।
31 ଅକ୍ଟୋବର (ଶନିବାର): ସର୍ଦ୍ଦାର ଭାଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ପାଇଁ କେବଳ ଅହମ୍ମଦାବାଦ (ଗୁଜୁରାଟ)ରେ ବ୍ୟାଙ୍କ ବନ୍ଦ ରହିବ ।
