ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏହାପରେ ସେ କହିଛନ୍ତି ଯେ ଜାନକୀ ବାବୁ ୬୦ ବର୍ଷ ଧରି ଓଡିଶାର ଜନଜୀବନ ସହ ଜଡିତ ଥିଲେ । ତାଙ୍କ ଜୀବନ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲା । ଦୀର୍ଘ ୧୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଛନ୍ତି । କୃଷି, ଜଳସେଚନ, ଆଇଟି କ୍ଷେତ୍ରରେ ଅନେକ କାମ କରିଛନ୍ତି । ତାଙ୍କର ବଡ ଆସେଟ ଥିଲା ସାଂଗଠନିକ ଦକ୍ଷତା ଓ ଧୈର୍ଯ୍ୟ ।

ଅଧିକ ପଢନ୍ତୁ