୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ

୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ନୂଆ ଏନ୍ଏସି ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ନୂଆ କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହେବ ୬ କୋଟି । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । କାମ ଆରମ୍ଭ ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ସାନିଟେସନ, ଅଲୋକୀକରଣ ଭଳି ବିଭିନ୍ନ କାମ ପାଇଁ ଦେଢ଼ କୋଟି ଲେଖାଏଁ ପ୍ରଦାନ କରାଯାଇଛି । ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିଛି। ପୁରୀକୁ ଅନ୍ତର୍ଜାତୀୟ ସହର କରିବାକୁ ଲକ୍ଷ୍ୟ ଅଛି । ନିକଟସ୍ଥ ବିଭିନ୍ନ ଅଞ୍ଚଳ ମିଶାଇକି କଳେବର ବଢ଼ିଛି । ପିକେଡିଏ ବଢିବ, ଟିପି ସ୍କିମ ହେବ ।ଡିସେମ୍ବର ୩୧ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଘୋଷଣା କରିଥିବା ୨୮ ଯାକ ଏନଏସି ଅନୁଗୋଳର ପାଲହଡା, ବଲାଙ୍ଗୀରର ଲୋଇସିଙ୍ଗା, ବାଲେଶ୍ୱରର ଶମୁଳିଆ ଏବଂ ବସ୍ତା, ବରଗଡର ତିହିରି ଏବଂ ଧୁସୁରି, ଯାଜପୁରର ଚଣ୍ଡିଖୋଲ ପରି ୨୮ଟି ଏନଏସି ଫାଇନାଲ ନୋଟିଫିକେସନ ହୋଇଛି । ବୃହତ ଭୁବନେଶ୍ୱର ପରିକଳ୍ପନା କରାଯାଇଛି । ୨୬ଟି ରାଜସ୍ୱ ଗ୍ରାମ, ୭ଟି ପଂଚାୟତ ଭୁବନେଶ୍ୱରରେ ମିଶିଵ । ସିଜୁଆ, ସିଜିପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ବେଗୁନିଆ, ଶିଶୁପାଳଗଡ଼, କେସୁରା, ବାଙ୍କୁଆଳ, ରଘୁନାଥପୁର, ଲିଙ୍ଗିପୁର, ଚୁନକୋଳି ଭଳି ୨୬ଟି ଗାଁ ମିଶିବ ଭୁବନେଶ୍ୱର ମହାନଗର ନିଗମରେ ମିଶିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ