ମାଆ ମୃତଦେହ ଦେଖି ହୃଦ୍‌ଘାତରେ ଚାଲିଗଲା ପୁଅର ଜୀବନ

କୋରାପୁଟ ଜିଲ୍ଲା ଜୟପୁରରୁ ଆସିଛି ଏକ ହୃଦୟବିଦାରକ ଖବର । ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍‌ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ। ଜୟପୁର ପରିଚ୍ଛା ସାହିରେ ରହୁଥିଲେ ମାଆ ଏବଂ ପୁଅ ।ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲା । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜି ବହୁତ ଡାକ ପକାଇଲା । କିନ୍ତୁ ମାଆଙ୍କ ପାଖରୁ କୌଣସି ଉତ୍ତର ମିଳିଲାନି ।

ସନ୍ଦେହ ହେବାରୁ ପୁଅ ମାଆ ଶୋଇଥିବା ଖଟ ପାଖକୁ ଗଲା । ମାଆଙ୍କୁ ବାରମ୍ବାର ଉଠାଇବାକୁ ଚେଷ୍ଟା କଲା, ହେଲେ ମାଆ ନିଶ୍ଚଳ ହୋଇ ପଡ଼ିରହିଥିଲେ । ଭୟଭୀତ ହୋଇ ସେ ସାହି ପଡ଼ୋଶୀଙ୍କୁ ଡାକିଲା । ଗାଁ ଲୋକେ ଆସି ଯେତେବେଳେ ଦେଖିଲେ କହିଲେ ଯେ ମାଆ ଆଉ ଏ ଦୁନିଆରେ ନାହାନ୍ତି, ସେତେବେଳେ ପୁଅର ପାଦ ତଳୁ ମାଟି ଖସିଗଲା । ମାଆଙ୍କ ମୃତଦେହକୁ କୋଳରେ ଧରି ସେ ପାଗଳଙ୍କ ପରି କାନ୍ଦିବାକୁ ଲାଗିଲା । ବୋଧହୁଏ ମାଆ ବିନା ସଂସାରକୁ ସେ କଳ୍ପନା କରିପାରୁନଥିଲା । ମାଆକୁ ହରାଇବାର ଅସହ୍ୟ ଯନ୍ତ୍ରଣାରେ କିଛି ସମୟ କାନ୍ଦିବା ପରେ ଅଚାନକ ସେଠାରେ ହିଁ ପୁଅ ଟଳିପଡ଼ିଲା ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା ।

ଅଧିକ ପଢନ୍ତୁ