ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୁମ୍ଭୀର ଗଣନା ଶେଷ ହୋଇଛି । ଦିଗପହଣ୍ଡି ବ୍ଳକ ଖମାରି ଗାଁ ପଞ୍ଚାୟତ ସଂଲଗ୍ନ ଘୋଡ଼ାହାଡ଼ ଡ୍ୟାମରେ ୪ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଶେଷ ହୋଇଛି।ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି ପୋଖରୀକୁ ପୂର୍ବରୁ ଚିହ୍ନଟ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ୩ ଦିନ ଧରି ୨୫ଟି ଟିମ୍ ଗଣନାରେ ନିୟୋଜିତ ଥିଲେ । ବନ ବିଭାଗର ଗଣନା ଅନୁଯାୟୀ, ୨୦୨୨ ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ରେ ତାହା ବୃଦ୍ଧି ପାଇ ୮୧ରେ ପହଞ୍ଚିଥିଲା । ସେହିପରି ୨୦୨୪ରେ ୮୪ରେ ଓ ୨୦୨୫ରେ ୮୭ରେ ପହଞ୍ଚିଥିଲା । ଚଳିତ ବର୍ଷ ଗଣନାରେ ଏହି ସଂଖ୍ୟା ବୃଦ୍ଧି ହୋଇ ୯୫ରେ ପହଞ୍ଚିଛି । ଡ୍ୟାମ୍ରେ ୬୩ଟି କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬ଟି ପୋଖରୀରେ ୩୨ଟି କୁମ୍ଭୀର ଚିହ୍ନଟ କରାଯାଇଥିଲା ।
