SI ପ୍ରଭାସିନୀ ସାହୁଙ୍କ ଜୀବନ ହାରିବା ଘଟଣା ; ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କଲେ ବାପା

ଏସଆଇ ପ୍ରଭାସିନୀ ସାହୁ ମୃତ୍ୟୁ ଘଟଣାରେ ବଡ଼ ଟ୍ବିଷ୍ଟ। ପରିବାର ଆଣିଲା ନିର୍ଯାତନା ଅଭିଯୋଗ। ପୁରୁଷୋତ୍ତମପୁର ଥାନା ମହିଳା SIଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଶାଶୂ ଘର ବିରୋଧରେ ଅଭିଯୋଗ ଆଣିଛନ୍ତି ପ୍ରଭାସିନୀଙ୍କ ପରିବାର।ଝିଅକୁ ମାନସିକ ଓ ଆର୍ଥିକ ଚାପ ପ୍ରୟୋଗ କରୁଥିଲେ ବୋଲି କହିଛନ୍ତି ପ୍ରଭାସିନୀଙ୍କ ବାପା।ଝିଅ ଇସ୍ତଫା ଦେବାକୁ ଚାହୁଁଥିଲା କିନ୍ତୁ ତାର ସ୍ବାମୀ, ଶାଶୂ, ଶ୍ବଶୁର ମନା କରୁଥିଲେ। ଇସ୍ତଫା ଦେବା ପାଇଁ ବାରମ୍ବାର ସେମାନେ ମନା କରୁଥିଲେ। ଚାକିରି କଲେ ଘରକୁ ଦି ପଇସା ଆସିବ କହି ଚାପ ଦେଉଥିଲେ। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ପ୍ରଭାସିନୀ ଜୀବନ ହାରିଥିବା ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ବାପା।ଅନ୍ୟପଟେ ମୃତ୍ୟୁ ବେଳେ ପ୍ରଭାସିନୀ ୨ ମାସ ଗର୍ଭବତୀ ଥିବା ଶାଶୁ ଘର ଲୋକେ ପରେ ଜାଣିବାକୁ ପାଇଥିଲେ । ସ୍ବାମୀ- ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ବହୁତ ଭଲରେ ଥିଲା । ପୁରୀ ସ୍ୱର୍ଗଦ୍ୱାରରେ ଗଞ୍ଜାମରେ ମୃତ ଏସ ଆଇ ପ୍ରଭାସିନୀ ସାହୁଙ୍କ ଦାହ ସଂସ୍କାର କରାଯାଇଛି । ସତ୍ୟ ସ୍ୱରୂପ ବେହେରା ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଅଧିକ ପଢନ୍ତୁ